ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ୬ଟା ଭିତରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ ଭୁବନେଶ୍ୱର, ପୁରୀ, ଜଗତସିଂହପୁର , କଟକ,ଢେଙ୍କାନାଳ, ନୟାଗଡ , ବାଲେଶ୍ୱର ,ଭଦ୍ରକ ଏବଂ ଯାଜପୁର ଆଦି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।ସନ୍ଧ୍ୟା ସୁଦ୍ଧା କେନ୍ଦୁଝର ମୟୂରଭଞ୍ଜରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ଓ ୧୯ ତାରିଖ ପାଗ ଶୁଖିଲା ରହିବ ।
୨୦ ତାରିଖରେ ସୁନ୍ଦରଗଡ, କେନ୍ଦୁଝର,ମୟୂରଭଞ୍ଜ , ବାଲେଶ୍ୱର ,ଯାଜପୁର,ଭଦ୍ରକ,କେନ୍ଦ୍ରାପଡା ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।