GST ଠକେଇ : ୫ କୋଟିରୁ ଅଧିକ ଟଙ୍କା ଜବତ

0

ବୌଦ୍ଧ (୦୬।୦୮): ବୌଦ୍ଧରେ ବଡ଼ଧରଣର ଏକ ଜିଏସ୍‌ଟି ଠକେଇ ହୋଇଛି । ଏକା ସହ ବିଭିନ୍ନ ସ୍ଥାନରେ ୧୨ଟି ଟିମ୍‌ର ଚଢାଉ । ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ସମ୍ବଲପୁର ଜିଏସ୍‌ଟିର ଟିମ୍ ପକ୍ଷରୁ  ଚଢ଼ାଉ ହୋଇଛି ।  ଏହି ଚଢାଉରେ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ସହ ବହୁ କାଗଜପତ୍ର ଜବତ ହୋଇଥିବା ସୂଚନା ରହିଛି l

ଖବର ଅନୁସାରେ, ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ବାଣିଜ୍ୟ ଆୟକର ବିଭାଗ ସୂଚନା ପାଇ ୧୨ ଜଣିଆ ଟିମ୍ ଗଠନ କରିଥିଲେ ଏବଂ  ଏକାକାଳୀନ ୨ଟି ସ୍ଥାନରେ ଚଢାଉ କରିଥିଲ ଜିଏସ୍‌ଟି ଟିମ୍‌ ।

ତେବେ ବ୍ୟବସାୟିକ ଅର୍ଥନୈତିକ କାରବାର ଅନୁଯାୟୀ, ସଠିକ୍ ପରିମାଣର କର ପୈଠ ନକରି ଫାଙ୍କି ଦେଉଥିଲେ । ଯାହାକୁ ନେଇ ଶନିବାର ସକାଳୁ ଉଭୟ ସ୍ଥାନରେ ଚଢାଉ ହୋଇଥିଲା । ତେବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର, କମ୍ପ୍ୟୁଟର, ଲାପଟପ୍ ସହିତ ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା  ଜବତ ହୋଇଛି । ଏହାସହିତ ବ୍ୟାଙ୍କରେ ଡିପୋଜିଟ୍‌ ଥିବା ବ୍ୟାଙ୍କ ଖାତାକୁ ଅଚଳ କରିଦେଇଛନ୍ତି ଜିଏସ୍‌ଟି ଟିମ୍‌ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ପୁରା ସୂଚନା ଦିଆଯିବ ବୋଲି ଡେପୁଟି କମିଶନରଙ୍କ ସୂଚନା ।

Leave A Reply

Your email address will not be published.