ପୁଅର ଚାପୁଡ଼ାରେ ଗଲା ମାର ଜୀବନ

0

ବୀରମିତ୍ରପୁର (୦୭।୦୮) : ମଦ୍ୟପ ପୁଅ ନେଲା ମାର ଜୀବନ l ମଦ ପିଇବା ପାଇଁ ଟଙ୍କା ନଦେବାରୁ ବିଧବା ମାଆକୁ ମାରିଥିଲା ଗୋଟିଏ ଚାପୁଡା। ଆଉ ପୁଅର ସେହି ଚାପୁଡାରେ ଗଲା ନିଜ ମାର ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳର ବୀରମିତ୍ରପୁରର ବିର୍ସା ମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା କୁମ୍ଭାରପଡା ଗୋୱାଲା ବସ୍ତିରେ l
ସେଠାରେ ବାସ କରନ୍ତି ପୁନି ତନ୍ତି(୬୨) ଓ ତାଙ୍କ ପରିବାର। କାମଦାମ କରି ଚଳନ୍ତି ପୁନି। ହେଲେ ଅନେକ ସମୟରେ ପୁନି ଓ ତାଙ୍କ ପୁଅ ସରୋଜ ମଧ୍ୟରେ ଝଗଡ଼ା ହୋଇଥାଏ। ସରୋଜ ମଦ ନିଶାରେ ପାଟିତୁଣ୍ଡ କରୁଥିବା ଅଭିଯୋଗ ହୋଇଛି।
ସବୁଦିନ ପରି ଶୁକ୍ରବାର କାମ କରିବାକୁ ଯାଇଥିଲେ ପୁନି। ଫେରିଲା ବେଳେ ବିଧବା ଭତ୍ତା ଟଙ୍କା ଧରି ଘରକୁ ଆସିଥିଲେ। ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ପୁଅ ସରୋଜ୍‌। ମଦ ପିଇବା ପାଇଁ ସେ ତାଙ୍କ ମାଆଙ୍କୁ ଟଙ୍କା ମାଗିଥିଲା। ମାତ୍ର ପୁନି ଟଙ୍କା ଦେବାକୁ ମନା କରିଦେଇ ଥିଲେ। ଏଥିରେ ସରୋଜ ଉତ୍‌କ୍ଷିପ୍ତ ହୋଇ ମାଆ ପୁନିକୁ ଚାପୁଡ଼ା ଟେ ମାରିଥିଲା।

ପୁଅର ଚାପୁଡ଼ ମାଡ଼ରେ ତଳେ ପଡ଼ିଯାଇ ଥିଲେ ମାଆ ପୁନି। ଯାହାଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପାଖ ପଡୋଶୀ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଉ ଥିବା ବେଳେ ଅଭିଯୁକ୍ତ ପୁଅ ସରୋଜକୁ ଗିରଫ କରିଥିବା ଜଣାପଡିଛି।

Leave A Reply

Your email address will not be published.