ଇସ୍ତଫା ପରେ ନୀତୀଶ ପ୍ରଥମ ପ୍ରତିକ୍ରିୟା :ଜାଣନ୍ତୁ କଣ କହିଲେ ନୀତିଶ

0

ପାଟନା(୯/୮): ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜର ଇସ୍ତଫା ଦେବା ପରେ ନୀତୀଶ କୁମାର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ନୀତୀଶ କୁମାର କହିଛନ୍ତି, ସମସ୍ତ ସାଂସଦ ଏବଂ ବିଧାୟକଙ୍କ ମିଳିତ ସହମତି ପରେ ଏନଡିଏ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି ।  ବିଜେପି ସହ ମିଶି କାମ କରିବା ସହଜ ହୋଇନଥିଲା । ସେ କହିଛନ୍ତି, ‘ଆଜି ଆମର ସମସ୍ତ ବିଧାୟକ, ସାଂସଦ ଏବଂ କର୍ମୀଙ୍କ ସହ ଆଲୋଚନା ହୋଇଛି । ଏନଡିଏ ଛାଡିବା ପାଇଁ ସମସ୍ତ ମତ ରଖିଥିଲେ। ଏଥିପାଇଁ ଆଜି ଆମେ ଏହି ନିଷ୍ପତ୍ତି ନେଇଛୁ’।

ତେବେ ବିଜେପି ସହ କଣ ଅସୁବିଧା ଥିଲା ପ୍ରଶ୍ନରେ ନୀତୀଶ କୁମାର ସିଧା କୌଣସି ଉତ୍ତର ନ ରଖି, ଆଗାମୀ ଦିନରେ କହିବୁ ବୋଲି କହିଛନ୍ତି । ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେବା ପରେ ରାବଡୀ ଦେବୀଙ୍କ ଘରେ ପହଞ୍ଚିଛନ୍ତି ନୀତୀଶ କୁମାର ।

ନୀତୀଶ କୁମାର ଏବେ ଆରଜେଡି ସହ ମିଶି ବିହାରରେ ସରକାର ଗଠନ କରିବେ । ସୂଚନା ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ପଦ ଆରଜେଡି ପାଖରେ ରହିବ । ତେଜସ୍ୱୀ ଯାଦବ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ । ଆରଜେଡି ନେତାଙ୍କ ବୟାନ ଅନୁଯାୟୀ, ମନ୍ତ୍ରଣାଳୟ ବଣ୍ଟନରେ କୌଣସି ମତଭେଦ ହେବ ନାହିଁ । ଅନ୍ୟପଟେ ତେଜସ୍ୱୀ ଯାଦବ କହିଛନ୍ତି, ‘ଆମ ପାଖରେ ୧୬୦ ବିଧାୟକଙ୍କ ଶକ୍ତି ରହିଛି । ଯଦି ବିଜେପି ଅସ୍ଥିରତା ସୃଷ୍ଟି କରିବାକୁ ଚାହେଁ କିମ୍ୱା ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ପ୍ରୟାସ କରେ ତେବେ ଆମଏ କଡା ଜବାବ ଦେବୁ’।

Leave A Reply

Your email address will not be published.