ପୋଲସରା ବ୍ଳକ କରୋନା ମୁକ୍ତ

0

ଖଲ୍ଲିକୋଟ : ରାଜ୍ୟ ବିଭିନ୍ନ ଜିଲ୍ଲାରେ ମହାମାରୀ ଭୂତାଣୁ କରୋନାର ସଂକ୍ରମଣ ରୋକିବାକୁ ନୂଆ ପଦକ୍ଷେପ ଗ୍ରହଣ ପାଇଁ ବିଶ୍ଵ ବିଖ୍ୟାତ ବୈଜ୍ଞାନିକ ଦିନରାତି ଗବେଷଣା ଜାରି ରଖିଥିବା ବେଳେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ପ୍ରଶାସନ ବ୍ଳକକୁ କରୋନା ମୁକ୍ତ ଘୋଷଣା କରିବା ରାଜ୍ୟ ଏବଂ ଦେଶରେ ପ୍ରଥମ ଖବର ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଗଂଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧିନରେ ଥିବା ପୋଲସରା ବ୍ଲକ ଜିଲ୍ଲାର ପ୍ରଥମ ବ୍ଲକ ଭାବେ କୋରୋନା ମୁକ୍ତ ହୋଇଛି । ଏ ସମ୍ପର୍କରେ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ଳକରେ ଆଉ ନୁଆ କୋରୋନା ଆକ୍ରାନ୍ତ ଚିନ୍ହଟ ହେଉ ନଥିବା ବେଳେ ଗତ ତିନି ଦିନ ହେଲା ଜଣେ ବି କୋରନା ସକ୍ରିୟ ରୋଗୀ ନାହାନ୍ତି ।

ପୋଲସରା ବ୍ଲକକୁ ୧୮ ହଜାର ୫୪୬ ପ୍ରବାସୀ ଫେରିଥିଲେ। ୧୮,୧୦୮ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ଏଯାବତ ୫୮୦ ଜଣ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫୭୩ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି। ବ୍ଲକର ଜନସାଧାରଣ ସଚେତନ ହେବା ସହ ସତର୍କ ରହିବା, ପ୍ରଶାସନିକ ତତ୍ପରତା ଓ ପ୍ରଚେଷ୍ଟା, ପଞ୍ଚାୟତିରାଜ ପ୍ରତିନିଧି, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଆପ୍ରାଣ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି । ସେହିପରି ଛତ୍ରପୁର ସ୍ଥିତ ଡ଼ିଆରଡ଼ିଏ କାର୍ଯ୍ୟଳୟ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ମଧ୍ୟ କରୋନାମୁକ୍ତ ଭାବେ ଜିଲାପାଳଙ୍କ ଠାରୁ ପ୍ରମାଣପତ୍ର ମିଳିସାରିଛି ।

Leave A Reply

Your email address will not be published.