ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ୍‌ଙ୍କ ଇସ୍ତଫା, କେ କ୍ରିତ୍ତିବାସନ୍‌ ଇନ୍-ଚାର୍ଜ ସିଇଓ ନିଯୁକ୍ତ

0

ନୂଆଦିଲ୍ଲୀ: ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। ଗୋପୀନାଥନଙ୍କ ଇସ୍ତଫା ପରେ କମ୍ପାନୀ ତୁରନ୍ତ ପ୍ରଭାବ ସହିତ କ୍ରିତ୍ତିବାସନ୍‌ଙ୍କୁ ସିଇଓ-ଇନ୍-ଚାର୍ଜ ଦାୟିତ୍ୱ ଦିଆଯାଇଛି।ଟାଟା ଗ୍ରୁପ୍‌ର କମ୍ପାନୀ ଏକ ବିବୃତ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛି।

କ୍ରିତ୍ତିବାସନ୍‌ ବର୍ତ୍ତମାନ କମ୍ପାନୀର ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଏବଂ ବୀମା (BFSI) ବ୍ୟବସାୟ ଗୋଷ୍ଠୀର ସଭାପତି ତଥା ଗ୍ଲୋବାଲ୍ ହେଡ୍ ଭାବରେ କାର୍ଯ୍ୟ କରୁଛନ୍ତି। କମ୍ପାନୀରେ ତାଙ୍କର ୩୪ ବର୍ଷରୁ ଅଧିକ କାର୍ଯ୍ୟ ଅଭିଜ୍ଞତା ଅଛି। କମ୍ପାନୀ ସହିତ ୨୨ ବର୍ଷର କ୍ୟାରିୟର ପରେ ଗୋପୀନାଥନ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବରେ ୬ ବର୍ଷ ଦାୟିତ୍ୱ ତୁଲାଇଛନ୍ତି। ସେ ସେପ୍ଟେମ୍ବର ପର୍ଯ୍ୟନ୍ତ କମ୍ପାନୀ ସହିତ ରହିବେ। ମାର୍ଚ୍ଚ ୧୬ ତାରିଖରୁ କ୍ରିତ୍ତିବାସନ୍‌ ତତ୍କାଳ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଆସନ୍ତା ଆର୍ଥିକ ବର୍ଷରେ ସେ ପୂର୍ଣ୍ଣକାଳୀନ ସିଇଓ ଭାବରେ ନିଯୁକ୍ତ ହେବେ।

Leave A Reply

Your email address will not be published.