୧୩ ବର୍ଷ ପରେ ମୁମ୍ବାଇକୁ ଘରେ ହରାଇଲା ଚେନ୍ନାଇ

0

ଚେନ୍ନାଇ: ଚଳିତ ଆଇପିଏଲରେ ଶନିବାର ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ୧୩ ବର୍ଷ ପରେ ମୁମ୍ବାଇ ଘରେ ହରାଇବାରେ ଶେଷରେ ଚେନ୍ନାଇ ସଫଳ ହୋଇଛି । ଶେଷଥର ୨୦୧୦ରେ ଚେପକରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଉଭୟ ଟିମ ମଧ୍ୟରେ ୩୬ଟି ମ୍ୟାଚ ଖେଳାଯାଇଛି । ମୁମ୍ବାଇ ୨୦ ଓ ଚେନ୍ନାଇ ୧୬ଥର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ୱିକେଟ ହରାଇ ୧୩୯ ରନ କରିଥିଲା । ନେହେଲା ବେଧାରା ସର୍ବାଧିକ ୬୪ ରନ କରିଥିଲେ । ମଥୀଷା ପଥିରାନା ୩ଟି ୱିକେଟ ନେଇଥିଲେ । ଚେନ୍ନାଇ ଜବାବରେ ୧୬.୪ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ରିତୁରାଜ ଗାଏକ୍ୱାଡ ୩୦, ଡେଭନ କନୱେ ୪୪ ଓ ଶିବମ ଦୁବେ ୨୬ ରନ କରି ଅପରାଜିତ ରହିଥିଲେ । ପୀୟୂଷ ଚାୱଲା କୋଲକାତା ପକ୍ଷରୁ ୨ଟି ୱିକେଟ ନେଇଥିଲେ ।

ଚେନ୍ନାଇ ୧୧ ମ୍ୟାଚରେ ୧୩ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଗୁଜରାଟ ୧୦ ମ୍ୟାଚରୁ ୧୪ ପଂଏଟ ହାସଲ କରି ପ୍ରଥମ ସ୍ଥାନ ବଜାୟ ରଖିଛି । ଅପରପକ୍ଷରେ କୋଲକାତା ୧୦ ମ୍ୟାଚରୁ ୮ ପଂଏଟ ହାସଲ କରିଛି । ପ୍ରଭାବୀ ପ୍ରଦର୍ଶନ ପାଥୀରାନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.