ପୁଞ୍ଜି ବଜାରରେ ଗୋଲ୍ଡେନ୍ ନଭେମ୍ୱର: ନିବେଶକ ମାଲାମାଲ୍, ସମ୍ପତ୍ତି ବଢିଛି ୨୪ ଲକ୍ଷ କୋଟିରୁ ଅଧିକ

0

ଘରୋଇ ପୁଞ୍ଜିବଜାର ବୃଦ୍ଧି ସହ ନଭେମ୍ୱର ମାସ ଶେଷ କରିଛି । ସେନସେକ୍ସ ୮୬ ଅଙ୍କ ବଢି ବନ୍ଦ ହୋଇଛି । ସେହିପରି ନିଫ୍ଟି ୨୦,୧୦୦ ଉପରେ ବନ୍ଦ ହୋଇଛି । ଆଜି ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୨.୩୫ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟପଟେ ନଭେମ୍ୱର ମାସରେ ସେନସେକ୍ସ-ନିଫ୍ଟିରେ ପ୍ରାୟ ୫.୫ ପ୍ରତିଶତ ବୃଦ୍ଧି ହୋଇଛି ଓ ସେୟାର ବଜାର ନିବେଶକଙ୍କ ସମ୍ପତ୍ତିରେ ପ୍ରାୟ ୨୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି ।

ଆଜି ବିଏସଇ ମିଡକ୍ୟାପ୍ ସୂଚକାଙ୍କ ୦.୮୩ ପ୍ରତିଶତ ଓ ସ୍ମଲକ୍ୟାପ୍ ଇଣ୍ଡେକ୍ସ ୦.୯୬ ପ୍ରତିଶତ ବଢି ବନ୍ଦ ହୋଇଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୮୬.୫୩ ଅଙ୍କ ବା ୦.୧୩ ପ୍ରତିଶତ ବୃଦ୍ଧି ସହ ୬୬,୯୮୮.୪୪ ଅଙ୍କରରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୩୬.୫୫ ଅଙ୍କ ବା ୦.୧୮ ପ୍ରତିଶତ ବଢି ୨୦,୧୩୩.୧୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ମାର୍କେଟ କ୍ୟାପିଟାଲାଇଜେସନ ଆଜି ନଭେମ୍ୱର ୩୦ରେ ବଢି ୩୩୫.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୨.୨୩ ଲକ୍ଷ କୋଟି ଟଙ୍କା ବଢିଛି ।

ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ବୃଦ୍ଧି ସହ ବନ୍ଦ ହୋଇଥିବା ସେୟାର ସଂଖ୍ୟା ଅଧିକ । ଏକ୍ସଚେଞ୍ଜରେ ମୋଟ ୩୮୫୭ ସେୟାର ମଧ୍ୟରୁ କାରବାର ଦେଖିବାକୁ ମିଳିଥିଲା । ଏଥିରୁ ୧୯୦୦ ସେୟାର ବୃଦ୍ଧି ସହ ବନ୍ଦ ହୋଇଛି । ଅନ୍ୟପେଟ ୧୮୧୨ ସେୟାର ହ୍ରାସ ସହ ବନ୍ଦ ହୋଇଛି । ଏହାବ୍ୟତୀତ ୩୪୭ ସେୟାର କାରବାର ସମୟରେ ନିଜ ନୂଆ ୫୨ ସପ୍ତାହ ସର୍ବୋଚ୍ଚ ସ୍ତର ଛୁଇଁଛି ।

Leave A Reply

Your email address will not be published.