ନଭେମ୍ବରରେ ଆସିବ କରୋନା ଟିକା !

0

ବିଶ୍ୱ ସ୍ତରରେ କୋଭିଡ ଟିକାକୁ ନେଇ ଆସିଛି ଏକ ଆସ୍ବସ୍ତିକର ଖବର । ନଭେମ୍ବରରେ ଆସିପାରେ ଅକ୍ସଫୋର୍ଡର କରୋନା ଟିକା । ଅକ୍ସଫୋର୍ଡ ଟିକା ଆସନ୍ତା ନଭେମ୍ବର ମାସରୁ ବ୍ରିଟେନରେ ଉପଲବ୍ଧ ହେବ । ଏଥିପାଇଁ ଲୋକଙ୍କୁ ଟୀକାକରଣ କରିବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଲଣ୍ଡନର ଏକ ବଡ ହସ୍ପିଟାଲ କୁ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ଦି ସନ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଅକ୍ସଫୋର୍ଡ ଓ ଆଷ୍ଟ୍ରଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକା ନଭେମ୍ବର ମାସରେ ବଜାରକୁ ଆସିବ। ନଭେମ୍ବର ୨ ପରେ କୌଣସି ବି ମୁହୂର୍ତ୍ତରେ ଲୋକଙ୍କ ଟିକା କରଣ ପାଇଁ ସରକାର ଅନୁମତି ଦେଇ ପାରନ୍ତି। ଏଥିପାଇଁ ଲଣ୍ଡନର ଏକ ବଡ଼ ମେଡିକାଲକୁ ବ୍ୟାପକ ସ୍ତରରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ‌ ଟିକା ଇତିମଧ୍ୟରେ ‘ରେଗୁଲେଟୋରି ଆପ୍ରୋଭାଲ୍‌ ହାସଲ କରିସାରିଛି।

Leave A Reply

Your email address will not be published.