ଗିରଫ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ

0

କଟକ: ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳ । ରଂଜିତାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗୁଥିଲେ । ଏନେଇ ବ୍ୟବସାୟୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ଗିରଫ ହୋଇଥିଲେ। ପରେ ସେ ଜାମିନରେ ଆସିଥିଲେ। ଏହା ପରେ ବେଆଇନ୍‌ ବନ୍ଧୁକ ରଖିବା ଅଭିଯୋଗରେ ପୁଣି ଥରେ ସେ ଗିରଫ ହୋଇଥିଲେ। ଏପରିକି ତାଙ୍କଠାରୁ ଦୁଇଟି ବନ୍ଧୁକ ଓ ୪ ଟି ଗୁଳି ଜବତ କରିଥିଲା ପୁଲିସ।

Leave A Reply

Your email address will not be published.