ଅପହରଣର ୫ ଦିନ ପରେ ନବଜାତ ଶିଶୁକୁ ଥାନା ସାମ୍ନାରେ ଛାଡ଼ିଗଲେ ଅପହରଣକାରୀ

0

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଏକ ଡାକ୍ତରଖାନାରୁ ୫ ଦିନ ତଳେ ଏକ ନବଜାତ ଶିଶୁକୁ ଜଣେ ମହିଳା ଚୋରାଇ ନେଇଥିବା ବେଳେ ଶୁକ୍ରବାର ସକାଳେ ତାକୁ ଥାନା ଫାଟକ ସାମ୍ନାରେ ରଖି ପଳାଇଥିବା ସୂଚନା ମିଳିଛି।

ଇନ୍ଦୋର ଡେପୁଟି ପୁଲିସ ଇନ୍ସ୍‌ପେକ୍ଟର୍‌ ଜେନେରାଲ୍‌ ଚାରି ମିଶ୍ର ଦେଇଥିବା ସୁଚାନୁଯାୟୀ, ମହାରାଜା ଯଶୋବନ୍ତରାଓ ହସ୍ପିଟାଲ୍‌ରେ ୫ ଦିନ ପୂର୍ବରୁ ଜଣେ ମହିଳା ନିଜକୁ ନର୍ସର ପରିଚୟ ଦେଇ ନବଜାତ ଶିଶୁଟିକୁ ଅପହରଣ କରିନେଇଥିଲେ।

ତେବେ ଅପହରଣର ୫ ଦିନ ପରେ ଉକ୍ତ ଶିଶୁଟିକୁ ସଂଯୋଗିତାଗଞ୍ଜ ଥାନା ବାହାରେ କେହି ଛାଡ଼ି ଚାଲିଯାଇଛି। ପୋଲିସ, ଏହି ମାମଲାକୁ ଏକ ଚାଲେଞ୍ଜ୍‌ ଭାବେ ଗ୍ରହଣ କରିଥିବା କହିଥିଲା।

ଡାକ୍ତରଖାନାର ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଅଭିଯୁକ୍ତ ମହିଳାଙ୍କର ପତ୍ତା ଲଗାଉଥିଲା।

ଅନେକ ଚେଷ୍ଟା ପରେ ମଧ୍ୟ ସେହି ମହିଳାଙ୍କୁ ପୋଲିସ ଖୋଜି ପାଇବାରେ ବିଫଳ ହୋଇଥିବା ବେଳେ ତାଙ୍କ ଉପରେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ତେବେ ହଠାତ୍ ଶୁକ୍ରବାର ଦିନ ଶିଶୁଟିକୁ ଥାନା ବାହାରେ କେହି ଜଣେ ଛାଡି ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ବର୍ତ୍ତମାନ ଉକ୍ତ ଶିଶୁକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା।

Leave A Reply

Your email address will not be published.