ପରଲୋକରେ ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ

0

ମୁମ୍ବାଇ: ଆଉ ନାହାନ୍ତି ବରିଷ୍ଠ ଅଭିନେତା ରବି ପଟୱର୍ଦ୍ଧନ୍ । ୮୩ ବର୍ଷ ବୟସରେ ଏହି ଅଭିନେତାଙ୍କର ହୃଦଘାତରେ ନିଧନ ହୋଇଛି । ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଶନିବାର ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପୂର୍ବରୁ ବି ମାର୍ଚ୍ଚ ମାସରେ ତାଙ୍କର ହୃଦଘାତ ହୋଇଥିଲା । ହେଲେ ଗତକାଲି ରାତିରେ ପୁନର୍ବାର ସେ ହୃଦଘାତରେ ପୀଡିତ ହୋଇଥିଲେ ।

 

ଗତକାଲି ରାତିରେ ନିଃଶ୍ୱାସ ନେବାରେ ଯନ୍ତ୍ରଣା ହେବାରୁ ତାଙ୍କୁ ଥାଣେ ଜୁପିଟର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରାତି ପ୍ରାୟ ୯ରୁ ୯ଟା ୩୦ ମିନିଟ୍ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଶେଷଥର ପାଇଁ ଏହି ଅଭିନେତାଙ୍କୁ ମରାଠୀ ଟିଭି ସିରିଜ୍ ଆଗାବାଇ ଶାଶୁବାଇରେ ଦେଖିବାକୁ ମିଳିଥିଲା ।

 

ଟିଭି ସିରିଜକୁ ବାଦ୍ ଦେଲେ ୨୦୦ରୁ ଅଧିକ ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିବା ସହ ୧୫୦ଟି ଡ୍ରାମାରେ ସେ ସଂପୃକ୍ତ ଥିଲେ । ଅଭିନେତା ରବିଙ୍କ ନିଧନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଟୁଇଟ୍ ଯୋଗେ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.