କୋଷ୍ଟାଲ ହାଇୱେ କମିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା

0

ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେ ପ୍ରସଙ୍ଗରେ ରାଜ୍ୟସଭାରେ କେନ୍ଦ୍ର ସଡ଼କ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ପୂର୍ବରୁ ଯାହା ସନ୍ଦେହ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି । ଗୋପାଳପୁର-ଦୀଘା ୪୩୫ କିମି କୋଷ୍ଟାଲ ହାଇଓ୍ୱେ ପ୍ରୋଜେକ୍ଟ ୩୮୨ କିମିକୁ ହ୍ରାସ ପାଇଛି । କମାଯାଉଛି ୫୦ କିଲୋମିଟର ।

 

ସଞ୍ଜୟ ଦାସବର୍ମା କହିଛନ୍ତି, କୋଷ୍ଟାଲ ହାଇୱେ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ଏହାଦ୍ୱାରା ଓଡ଼ିଶାର ପର୍ୟ୍ୟଟନ, ବାଣିଜ୍ୟ, ଅର୍ଥନୀତିରେ ସୁଯୋଗ ସୃଷ୍ଟି ହେବ । ଏହାକୁ ରାଜନୀତିକରଣ କରାନଯାଇ ସମ୍ମିଳିତ ଉଦ୍ୟମ ହେବା କଥା । ଦଳମତ ନିର୍ବିଶେଷରେ ଆଲୋଚନା କରି ସମ୍ମିଳିତ ସ୍ୱର ହେବା ଉଚିତ’ ।

 

କୋଷ୍ଟାଲ ହାଇୱେ ଯେଉଁ ଆଲଟମେଣ୍ଟ ଦେଇ ହେବା କଥା ସେହିଭଳି ହେଉ । କେନ୍ଦ୍ର ସରକାର ଏହା ଉପରେ ପୁନର୍ବିଚାର କରନ୍ତୁ । ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବି ଗଡକରୀଙ୍କ ନିଷ୍ପତ୍ତି ନେଇ ଚକିତ ହୋଇଛନ୍ତି ସଞ୍ଜୟ ଦାସବର୍ମା ।

Leave A Reply

Your email address will not be published.