ଏଣିକି ସୋନୁଙ୍କ ନାଁରେ ମିଳିବ ୨୦ ପ୍ରତିଶତ ରିହାତି
ଶ୍ରୀନଗର: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନୁ ସୁଦ ରାସ୍ତା କଡ଼ରେ ଜୋତା ଏବଂ ଚପଲ ବିକ୍ରି କରୁଥିବା ଜଣେ ଦୋକାନୀକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ସୋନୁ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।
ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି, ‘ଆମ ଚପଲ ଶୋରୁମ୍, ମୋ ନାଁ ମିଳିବ ୨୦ ପ୍ରତିଶତ ଅଫ୍’। ଭିଡିଓରେ ସୋନୁ ଏହି ଦୋକାନୀ ଜଣକ ନାଁ ସଲିମ୍ ଖାନ ବୋଲି କହିଛନ୍ତି। ସମାନ ଭିଡିଓରେ ସୋନୁ ଷ୍ଟଲରେ ଥିବା ସମସ୍ତ ଚପଲଙ୍କୁ ପ୍ରଶଂସା କରି ସେଗୁଡିକର ଦାମ୍ ପଚାରିଛନ୍ତି। ତେବେ ଏହାପରେ ତାଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ ସମସ୍ତ ବୟସ ବର୍ଗଙ୍କ ଚପଲର ମୂଲ୍ୟ ମାତ୍ର ୫୦ ଟଙ୍କା।
ଏହି ଭିଡିଓରେ, ସୋନୁ ତାଙ୍କ ନାଁରେ ଚପଲ କିଣିଲେ ଚପଲ ଉପରେ ରିହାତି ମିଳିବ ଦେବେ ଦେବା ବିଷୟରେ ସଲିମଙ୍କୁ ପଚାରିଛନ୍ତି, ସଲିମ କହିଛନ୍ତି ଯେ ଆପଣଙ୍କ ନାମରେ ଏଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଆମେ ୨୦% ରିହାତି ଦେବୁ।