ବଡଗଡ଼ ହାଜତ ମୃତ୍ୟୁ ମାମଲାର ନୂଆ ମୋଡ ,ମୃତକଙ୍କ ନାଁରେ ଥାନାରେ କୌଣସି ମାମଲା ନଥିଲା

0

ଭୁବନେଶ୍ୱର : ବଡଗଡ଼ ଥାନା ହାଜତ ମୃତ୍ୟୁ ମାମଲାରେ ନୂଆମୋଡ ।ବ୍ରହ୍ମେଶ୍ୱର ପାଟଣାରେ ବୁଲୁଥିଲେ ଚିଲିକା ଭୁଷଣ୍ଡପୁରର ପ୍ରଦୀପ ସାହୁ । ପୁଲିସ ତାଙ୍କୁ ଚୋରି କରିବା ଅଭିଯୋଗରେ ଉଠାଇ ଆଣିଥିଲା । ହେଲେ ଜଣାପଡିଛି କି ପ୍ରଦୀପଙ୍କ ନାଁରେ କୌଣସି ମାମଲା ନଥିଲା । ପୋଲିସ ତାଙ୍କୁ ହାଜତରେ ପୁରାଇ ପିଟିଥିଲା । ପରେ ଗୁରୁତର ଅବସ୍ଥାରେ ତାଙ୍କ ଜୀବନ ଚାଲିଯାଇଥିଲା ।ଏପରି ଅଭିଯୋଗ ଆଣିଛନ୍ତି ପ୍ରଦୀପଙ୍କ ପରିବାର ଲୋକ ।ତାଙ୍କ ନାଁ ପ୍ରଦୀପ ସାହୁ ନା ଦେବେନ୍ଦ୍ର ଚୌଧୁରୀ ଏବେ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ ।

 

ତେବେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ପୋଲିସ ପ୍ରଦୀପଙ୍କୁ ଉଠାଇ ଆଣିଲା । ସେପଟେ କମିଶନରେଟ ପୋଲିସ ଏନେଇ ଏକ ସ୍ପେଶାଲ ଟିମ୍ କରି ତଦନ୍ତ ଜାରି ରଖିଛି ।

 

ସେପଟେ ପୋଲିସ କହୁଛି ପ୍ରଦୀପଙ୍କ ନାଁରେ ସାଇକେଲ ଚୋରି ଅଭିଯୋଗ ଥିଲା । ପୋଲିସ ରେକର୍ଡରେ ଅଭିଯୋଗ ନଥିଲା । ତାଙ୍କ ନାରେ ଏକର ପୁରୁଣା ମାମଲା ରହିଛି ହେଲେ ସେ କୋର୍ଟରେ ବିଚାରାଧିନ ରହିିଛି । କିନ୍ତୁ କୌଣସି ନୂଆ ମାମଲା ନଥିବା ଖବର ସାମ୍ନାକୁ ଆସିଛି । ପ୍ରଦୀପଙ୍କ ମୃତ୍ୟୁ ପରେ ବଡଗଡ଼ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

 

ଏହି ମାମଲାର ତଦନ୍ତ କରୁଥିଲେ ଏସଆଇ ଏସ କେ ବେହାରା । ହେଲେ ଏହି ମାମଲାର ତଦନ୍ତ କାରୀ ଅଧିକାରୀ ଏସ କେ ବେହେରଙ୍କୁ ବଦଳାଇଦିଆଯାଇଛି । ଏଚଆରପିସି ସେଲ ର ପ୍ରମୋଦ ପଟ୍ଟନାୟକ ଏହି ମାମଲାର ତଦନ୍ତ କରୁଛନ୍ତି ।ଏହି ମାମଲାୟ ଟିକିନିକ ତଥ୍ୟ କମିଶନରେଟ ପୋଲିସ ପାଖକୁ ପଠାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.