କୃଷି ସୂଚନା ଓ ପରାମର୍ଶ ବିଭାଗର ଜରୁରୀ ବୈଠକ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୃଷି ସୂଚନା ଓ ପରାମର୍ଶ ବିଭାଗ ଦ୍ଵାରା ଗୋଷ୍ଟି କୃଷକ ପରାମର୍ଶ ଦାତା କମିଟିର ନୂତନ ଅଧ୍ୟକ୍ଷ ପାଇଁ ଗୋଲାମୁଣ୍ଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଗୋଷ୍ଟି କୃଷି ଅଧିକାରୀ ଲିଙ୍ଗରାଜ ମେହେର ସଭାପତିତ୍ୱରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନlଏକଙ୍କ ଅଧ୍ୟକ୍ଷତାରେ ବ୍ଲକର ସମସ୍ତ ପଞ୍ଚୟତରୁ ଆତ୍ମା କମିଟିର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ । ଆତ୍ମାର ସଦସ୍ୟଙ୍କୁ ନେଇ ନୂତନ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏହି ନିର୍ବାଚନ ପୂର୍ବରୁ ଗୃହରେ ଥିବା ସମସ୍ତ ସଦସ୍ୟ ଦୀନେଶ କୁମାର ରାଉତଙ୍କୁ ସର୍ଵ ସମ୍ମତି କ୍ରମେ ନୂତନ ଆତ୍ମାର ଅଧ୍ୟକ୍ଷ ଭାବେ କରିବାକୁ ସହମତି ଦେଇଥିଲେ । ପରିଶେଷରେ ଦୀନେଶ କୁମାର ରାଉତଙ୍କୁ ନୂଆ ଅଧ୍ୟକ୍ଷ ରୂପେ ଚୟନ କରାଯାଇଛି ଜଣେ ଯୁବ ବ୍ୟକ୍ତିତ୍ୱକୁ ନୂତନ ଅଧ୍ୟକ୍ଷ ଭାବେ ନିର୍ବଚିତ କରି ଆଗକୁ କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ସେ ପ୍ରଶାସନ ନିକଟରେ ସମସ୍ୟାର ସମାଧାନ କରିବା ପାଇଁ ଦୃଢ ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି । ଏହା ବ୍ୟତୀତ ବ୍ଲକରେ କୃଷିର ବିକାଶ କେମିତି ହେବ ସେ ନେଇ ମଧ୍ୟ ସେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।