ହାର୍ଦ୍ଦିକ ପରେ କମାଲ କଲେ ରସେଲ: ଶେଷ ଓଭରରେ ୪ ଜଣଙ୍କୁ ଫେରାଇଲେ ପାଭିଲିୟନ, ଲକ୍ଷ୍ୟ ୧୫୭

0

ମୁମ୍ବାଇ: ମୁମ୍ବାଇର ଡିୱାଇ ପାଟଇଳ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ-କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଯିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ତାଭ୍କ ଚାଲ କୁବ ସଫଳ ପ୍ରମାଣିତ ହୋଇଥିଲା । ଦଳ ଖୁବ ସୁନ୍ଦ ବ୍ୟାଟିଂ କରିଥିଲା, କିନ୍ତୁ ଶେଷ ଓଭରରେ ବାଜି ଓଲଟାଇ ଦେଇଛନ୍ତି ଶ୍ରେୟସ ଆୟର । ଶ୍ରେୟସଙ୍କ ଚାଲରେ ଗୁଜୁରାଟ ନିରସ୍ତ୍ର ହୋଇଯାଇଛି । ତେବେ ଇନିଂସ ଶେଷ ସୁଦ୍ଧା କୋଲକାତାକୁ ୧୫୭ ରନର ବିଜୟ ଲକ୍ଷ୍ୟ ଦେଇଛି ଗୁଜୁରାଟ ।

ଗୁଜୁରାଟ ଟାଇଟନ୍ସ ପକ୍ଷରୁ ପାଳି ଆରମ୍ଭ କରିବାକୁ ଆସିଥିଲେ ଶୁଭମନ ଗିଲ ଏବଂ ରିଦ୍ଧିମାନ ସାହା । କିନ୍ତୁ ଶୁଭମନ ମାତ୍ର ୭ ରନ କରି ଟିମ ସାଉଦୀଙ୍କ ଶିକାର ହୋଇଯାଇଥିଲେ । ତାଙ୍କ ସ୍ଥାନରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପଡିଆକୁ ଆସିଥିଲେ । ସାହାଙ୍କ ସହ ମିଶି ଆଗେଇ ନେଇଥିଲେ ଦଳର ଟ୍ରେନ । ରିଦ୍ଧିମାନ ୨୫ ବଲରେ ୨୫ ରନ କରି ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଯାଇଥିଲେ । କିନ୍ତୁ ପାଣ୍ଡ୍ୟା ପଡିଆରେ ପାଦ ରଖୁ ରଖୁ ଏକ ଭିନ୍ନ ଅନ୍ଦାଜରେ ଖେଳ ଆରମ୍ଭ କରିଥିଲେ । ଏହାପରେ ତାଙ୍କ ସାଥ ଦେଇଥିଲେ କିଲର ମିଲର । ଆକ୍ରମଣାତ୍ମକ ଢଙ୍ଗରେ ଉଭୟ ବ୍ୟାଟିଂ କରୁତିବା ବେଳେ ଶିଭମ ମାବି ମିଲରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । କିନ୍ତୁ ଅଟକିବାର ନାଁ ନେଉ ନଥିଲେ କ୍ୟାପଟେନ ପାଣ୍ଡ୍ୟା । ୪୯ ବଲରେ ୬୭ ରନର ଏକ ଧୂଆଁଧାର ପାଳି ଖେଳି ଦଳକୁ ମଜବୁତ ସ୍ଥିତି ଦେଇଥିଲେ ।

କିନ୍ତୁ ୧୮ତମ ଓଭରରେ ଏକ ବଡ ଶଟ ଖେଳିବାକୁ ଯାଇ ଟିମ ସାଉଦିଙ୍କୁ ନିଜ ୱିକେଟ ଦେଇଥିଲେ ପାଣ୍ଡ୍ୟା । ଏଇଠୁ ଗୁଜୁରାଟର ବ୍ୟାଟିଂ ଅର୍ଡର ତାସ ଘର ଭଳି ଭାଙ୍ଗି ଯାଇଥିଲା । ଦଳ ପାଇଁ ଦୁଃସ୍ୱପ୍ନ ହୋଇ ଆସିଲେ ଆନ୍ଦ୍ରେ ରସେଲ । ଶେଷ ଓଭରରେ ୫ ରନ ଦେଇ ଗୁଜୁରାଟର ରସେଲ ୪ଟି ୱିକେଟ ହାସଲ କରିଛନ୍ତି । ଏହାସହ ସେ ଏହି ଇନିଂସର ସବୁଠୁ ସଫଳତମ ବୋଲର ଭାବେ ଉଭା ହୋଇଛନ୍ତି । ତେବେ ଅନ୍ୟ ବେଲାର ମଧ୍ୟରେ ଟିମ ସାଉଦି ୨୪ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଉମେଶ ଯାଦବ ଏବଂ ଶିବମ ମାବି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଇନିଂସର ଶେଷ ବେଳକୁ ୧୫୬ ରନ ସଂଗ୍ରହ କରି ପାରିଛି ଗୁଜୁରାଟ ଟାଇଟନ୍ସ । ଫଳରେ କୋଲକାତାକୁ ୧୫୭ ରପର ଲକ୍ଷ୍ୟ ଦେଇଛି ପାଣ୍ଡ୍ୟା ପଲଟନ ।

Leave A Reply

Your email address will not be published.