ଆଜିଠୁ ରାଜ୍ୟରେ ଖୋଲୁଛି ଅଷ୍ଟମରୁ ଉପର ଶ୍ରେଣୀ ସମସ୍ତ ସ୍କୁଲ

0

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଖୋଲୁଛି । ଆଜିଠାରୁ ଅଷ୍ଟମରୁ ଉପର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେଉଛି । ଏଥିସହ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲୁଛି । ଏଥିସହ ଏସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ହଷ୍ଟେଲଗୁଡ଼ିକ ଖୋଲାଯାଇଛି ।

 

କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି । ଏହାପରେ ଫେବ୍ରୁଆରୀ ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କର ଅଫ୍‌ଲାଇନ୍‌ କ୍ଲାସ ହେବ । ଛାତ୍ରଛାତ୍ରୀ ଚାହିଁଲେ ଅନଲାଇନ୍ କ୍ଲାସ ନେଇପାରିବେ ।

 

ନବମରୁ ଯୁକ୍ତ ଦୁଇ ଯାଏ ଛାତ୍ରଛାତ୍ରୀଙ୍କର କ୍ଲାସ୍ ସକାଳ ୧୦ଟାରୁ ୪ଟା ଯାଏ ଚାଲିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସକାଳ ୧୦ଟାରୁ ଦିନ ଗୋଟାଏ ଯାଏ ଚାଲିବ । ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ପିଲାଙ୍କୁ ଶୁଖିଲା ରାସନ ।

 

କେଜିରୁ ନବମ ଶ୍ରେଣୀ ଯାଏ କ୍ଲାସ ପ୍ରମୋସନ ପରୀକ୍ଷା ହେବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ହେବ। ପିଲାଙ୍କ କୋର୍ସ ଶେଷ କରିବାକୁ ଆବଶ୍ୟକ ପଡ଼ିଲେ ଖରା ଛୁଟି ସମୟ କମାଇ ଦିଆଯିବ । କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାନୁଆରୀ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

Leave A Reply

Your email address will not be published.