ଶୌଚ ହେବାକୁ ଯାଇଥିଲେ ମାଡିଗଲା ଟ୍ରେନ

0

ଲମତାପୁଟ(୯।୮): ଶୌଚ ହେବାକୁ ଯାଇ ଫେରୁଥିବା ସମୟରେ ମାଡିଗଲା ଟ୍ରେନ୍ । ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ବାଲଡା ଗ୍ରାମ ପଞ୍ଚାୟତ ସଦର ଗ୍ରାମର ଜଣେ ବୃଦ୍ଧା ଶୌଚ ପାଇଁ ଯାଇ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଟି ତାଙ୍କ ଉପରେ ମାଡିଯାଇଛି ଯାହାଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧାଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଗ୍ରାମର ଦୁଇ ଜଣ ଲାଚାନା ସେଠୀ ଓ ରାମାରାଓ ଖିଲ ଶୌଚ ହେବାକୁ ଯାଇ ଫେରୁଥିବା ସମୟରେ ବାଲଡା ନୂତନ ରେଳ ଲାଇନରେ ଦୁର୍ଘଟଣା ଘଟିଛି । ଲାଚାନା ସେଠୀଙ୍କର ରେଳ ଧାରଣାରେ ମୁଣ୍ଡ କଟି ମୃତ୍ୟୁ ହୋଇଥିବା ଖବର ତାଙ୍କ ପୁଅ ଅର୍ଜୁନ ସେଠୀ ରେଳ ବିଭାଗକୁ ଜଣାଇଛନ୍ତି । ତେବେ ସାଥିରେ ଯାଇଥିବା ନାରାୟଣ ଏହି ଘଟଣା ନିଜ ଆଖିରେ ଦେଖିଥିବା ଜଣାପଡିଛି ।

Leave A Reply

Your email address will not be published.