ଭଦ୍ରକ,(୦୧।୦୮): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଗୁଜିଦରଡ଼ା ଅଞ୍ଚଳରେ କିଛି କାଉଡିଆ ମହାଦେବଙ୍କ ଉପରେ ଜଳାଭିଷେକ କରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଜଣେ କାଉଡିଆ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ , ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ରବିବାର ଗୁଜିଦରଡ଼ା ଅଞ୍ଚଳର କିଛି କାଉଡିଆ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ମାଇକ ବଜାଇ ଯାଉଥିଲେ। ଏହି ସମୟରେ କେତେ ଜଣ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଜଣେ କାଉଡିଆ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ କାଉଡିଆଙ୍କ ତରଫରୁ ଥାନାରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।