ସାବଧାନ! ବୋତଲ ପାଣି ପରିବେଶ ପାଇଁ ୩୫୦୦ ଗୁଣା ଅଧିକ ଖରାପ ହୋଇପାରେ

0

ନୂଆଦିଲ୍ଲୀ: ସାବଧାନ! ବୋତଲ ପାଣି ପରିବେଶ ପାଇଁ ୩୫୦୦ ଗୁଣା ଅଧିକ ଖରାପ ହୋଇପାରେ। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଟ୍ୟାପ୍‌ ଜଳ ଅପେକ୍ଷା ବୋତଲ ଜଳ ପରିବେଶ ଉପରେ ୩୫୦୦ ଗୁଣା ଖରାପ ପ୍ରଭାବ ପକାଇପାରେ।

ଟ୍ୟାପ୍ ୱାଟରରେ ରାସାୟନିକ ପଦାର୍ଥର ଉପସ୍ଥିତି ହେତୁ ବିଶ୍ବ ସ୍ତରରେ ଗତ କିଛି ବର୍ଷ ମଧ୍ୟରେ ବୋତଲଯୁକ୍ତ ଜଳର ବ୍ୟବହାର ତୀବ୍ର ଭାବେ ବୃଦ୍ଧି ପାଉଛି।

ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍ଥ (ଆଇଏସ୍ ଗ୍ଲୋବାଲ୍) ଦ୍ୱାରା ପରିଚାଳିତ ଏହି ଅଧ୍ୟୟନରେ ତିନୋଟି ଭିନ୍ନ ଜଳ ବ୍ୟବହାରକୁ ନେଇ ଯାଞ୍ଚ କରାଯାଇଥିଲା। ବଟଲ୍‌ ୱାଟର, ଟ୍ୟାପ୍ ୱାଟର୍ ଏବଂ ବାର୍ସିଲୋନା ସହରରେ ଫିଲ୍ଟର୍ ଟ୍ୟାପ୍ ୱାଟର ବିଷୟରେ ଅବଜେକ୍ଟିଭ୍ ତଥ୍ୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଅଧ୍ୟୟନରୁ ଜଣାପଡିଛି ଯେ ବାର୍ସିଲୋନାରେ ଟ୍ୟାପ୍ ଜଳର ଉଚ୍ଚ ଗୁଣ ହେତୁ ଏହା ସ୍ୱାସ୍ଥ୍ୟ ପାଇଁ କମ୍‌ ବିପଦ ସୃଷ୍ଟି କରିଥାଏ।

Leave A Reply

Your email address will not be published.