ସେନା ସିଲାବସରେ ସାମିଲ ହେବ ଭଗବଦ ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର !

0

ନୂଆଦିଲ୍ଲୀ: ଭାରତର ତିନି ସେନାରେ ଭଗବଦ ଗୀତା ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାମିଲ କରାଯିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଏହି ପ୍ରସ୍ତାବ ଦେଇଛି । ଏହି ପ୍ରାଚୀନ ଗ୍ରନ୍ଥରୁ ରଣନୀତି ଏବଂ ନେତୃତ୍ୱ ସମ୍ପର୍କରେ ଅନେକ କିଛି ଶିକ୍ଷାଲାଭ କରିହେବ ବୋଲି ଆଶା କରାଯାଉଛି । ସିକନ୍ଦରବାଦରେ ସୈନ୍ୟ ପ୍ରଶିକ୍ଷଣ ସଂସ୍ଥାନ ରହିଛି । ଏଠାରେ ୩ ସେନାର ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଏ ।

ଏଥିରେ ଭାରତୀୟ ସଂସ୍କୃତି ଅଧ୍ୟୟନ ମଂଚ ପ୍ରସ୍ତୁତ କରିବା ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ ହୋଇପାରିବ ବୋଲି ସିଡିଏମ ପକ୍ଷରୁ କୁହାଯାଇଛି । ଏ ନେଇ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.