ଭୁଶୁଡ଼ିଲା ନବନିର୍ମିତ ଗାର୍ଡ ୱାଲ; ନିମ୍ନମାନର କାର୍ଯ୍ୟ ଅଭିଯୋଗ

0

କଟକ: କଟକ ଜିଲ୍ଲା ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ନୃତାଙ୍ଗ ଜଙ୍କୋଟି ରାସ୍ତାର ଖରତାଙ୍ଗ ବରଦିଆ ସାଇଫନ ନିକଟରେ ଭୁଶୁଡି ପଡିଛି ୨ ଶହ ଫୁଟ ନବନିର୍ମିତ ଗାର୍ଡ ୱାଲ ଭୁଶୁଡ଼ି ।

ସୂଚନାନୁସାରେ, ଦୁଇ ମାସ ତଳେ ରାସ୍ତା କାମ କରାଯାଇଥିଲା । ସୁକ ନଦୀ କଡ଼ରେ ରାସ୍ତାର ସୁରକ୍ଷା ପାଇଁ ଦକ୍ଷିଣ ପାର୍ଶ୍ୱରେ ଥିବା ୨୦୦ ଫୁଟ ଉର୍ଦ୍ଧ୍ୱ ଗାର୍ଡ ୱାଲ ନିର୍ମାଣ କରାଯାଇଥିଲା।

ତେବେ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଏହି ୨ ଶହ ଫୁଟ ଗାର୍ଡ ୱାଲ୍‌ ଭୁଶୁଡ଼ି ପଡିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଛନ୍ତି । ଏପରି ଅବହେଳା ଲୋକଙ୍କ ଜୀବନ ନେଇପାରେ ବୋଲି କୁହାଯାଇଛି । ଏନେଇ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପୁନଃନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.