ରାଷ୍ଟ୍ରପତି ଗାଦିରେ ବସିବା ପରେ ଆକ୍ସନ ମୁଡରେ ବାଇଡେନ୍, ବଦଳାଇଲେ ଟ୍ରମ୍ପଙ୍କ ଏସବୁ ଫୈସଲା

0

ଓ୍ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । କାର୍ୟ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ନୂଆ ରାଷ୍ଟ୍ରପତି । ପ୍ରଥମ ଦିନରେ ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି । ଏହା ଭିତରେ ଏମିତି କିଛି ନିଷ୍ପତ୍ତି ରହିଛି ଯାହାକି ବହୁଦିନରୁ ଆମେରିକାରେ ଦାବି ହୋଇ ଆସୁଥିଲା । ଏପରିକି ବାଇଡେନ୍ ନିର୍ବାଚନ ପ୍ରଚାର ବେଳେ ସେସବୁ ଦାବି ପୂରଣ ପାଇଁ ବି ପ୍ରତିଶ୍ରୁତି ଦେଇଥିଲେ ।

 

ବାଇଡେନ୍ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା

– ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିରେ ପୁଣି ସାମିଲ ହେବ ଆମେରିକା

– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିବା ନିଷ୍ପତ୍ତି ପ୍ରତ୍ୟାହାର

– କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି

– ଆମେରିକାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

 

– ମୁସଲିମ୍ ଦେଶ ଉପରେ ଟ୍ରମ୍ପ ପ୍ରଶାସନ ଲଗାଇଥିବା ବ୍ୟାନ୍ ପ୍ରତ୍ୟାହୃତ

– ସାଧାରଣ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ

– ବର୍ଣ୍ଣ ବୈଷମ୍ୟର ମୂଳୋତ୍ପାଟନ ପାଇଁ ପଦକ୍ଷେପ

– ଛାତ୍ର ଋଣ କିସ୍ତି ସେପ୍ଟେମ୍ବର ଯାଏ ସ୍ଥଗିତ

 

ହ୍ୱାଇଟ୍ ହାଉସର ନୂଆ ପ୍ରେସ ସେକ୍ରେଟାରୀ ଜୈନ୍ ସାକି କହିଛନ୍ତି, ବାଇଡେନଙ୍କ କାର୍ୟ୍ୟକାଳ ପ୍ରଥମ ଦିନରେ 15ଟି କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି । ଆମେରିକାକୁ ପୁଣି ଥରେ ସଠିକ ଦିଶାରେ ଆଣିବା ପାଇଁ ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ଜାରି କରିବେ ସରକାର ।

Leave A Reply

Your email address will not be published.