୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

0

ଆଳି: ପୁଣି ଧରାପଡିଲା ଧଳା ଜହର କାରବାର । ଜବତ ହେଲା ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କଟିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ ପୋଳିସ ଖବର ପାଇ ଚଢ଼ାଉ କରିଥିଲା । ପରେ ପତ୍ରପୁର ସେତୁ ନିକଟରେ ବ୍ରଉନସୁଗାର ସହ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିଥିଲା ।

ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଳି ପୁଲିସ ରାତ୍ରି ପାଟ୍ରୋଲିଂରେ ଥିଲେ। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ସେତୁ ନିକଟରେ ପଟ୍ଟାମୁଣ୍ଡାଇ ଆଡୁ ଆଳି ଅଭିମୁଖେ ଆସୁଥିବା ଏକ ସ୍କୁଟି ଆରୋହୀକୁ ପୁଲିସ ସନ୍ଦେହରେ ଅଟକାଇଥିଲେ।

ସ୍କୁଟି ଖୋଲି ଯାଞ୍ଚ କରିବା ପରେ ସ୍କୁଟିରୁ ୭ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ପୁଲିସ ଜବତ କରଯାଇଥିଲା। ଏଥି ସହିତ ସଂପୃକ୍ତ ଯୁବକକୁ ଗିରଫ କରିଥିଲା ପୁଲିସ। ଗିରଫ ଯୁବକ ପଟ୍ଟାମୁଣ୍ଡାଇ ଥାନା ଦକ୍ଷିଣଡିହା ଗ୍ରାମର ରମାକାନ୍ତ ଦାସ ଓରଫ ବାପି ବୋଲି ଆଳି ଥାନା ଅଧିକାରୀ ସଲୀଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply

Your email address will not be published.