ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ: ଜାଣନ୍ତୁ କେଉଁ କ୍ଷେତ୍ରରେ କେତେ ଟଙ୍କା ବ୍ୟୟବରାଦ

0

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ ୧.୧୦ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । ୧.୧୦ ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି ।

 

ବଜେଟ ହାଇଲାଇଟ୍ସ:

  • ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି  ।
  • ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୫% ରହିବା ଆକଳନ
  • ରାଜ୍ୟର ଜିଏସଡ଼ିପି ଅଭିବୃଦ୍ଧି ୧୨%ରୁ ଅଧିକ ସମ୍ଭାବନା
  • ୨୦୨୨-୨୩ରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ୧.୧୦ ଲକ୍ଷ କୋଟି ଟଙ୍କା ଆକଳନ
  • ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଟଙ୍କା
  • ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି ଟଙ୍କା
  • ବିପର୍ଯ୍ୟୟ ମୁକାବିଲା ପାଇଁ ୩ ହଜାର ୨୦୦ କୋଟି ଟଙ୍କାର ବ୍ୟୟବରାଦ
  • ସ୍ୱାସ୍ଥ୍ୟକ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨୦୦ କୋଟି ଟଙ୍କା
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସପିଟାଲକୁ ପୈଠ ପାଇଁ ୧୮୬୪ କୋଟି ଟଙ୍କା
  • ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ବ୍ୟୟବରାଦ
  • ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି ବ୍ୟୟବରାଦ
  • ଏସଏଚଜି ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ଟଙ୍କା
  • ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ
  • ଶିକ୍ଷା ପାଇଁ ୨୬ ହଜାର ୪୯୨ କୋଟି ଟଙ୍କା

୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ ହୋଇଥିବାବେଳେ ୨୦୨୨-୨୩ରେ ତାହା ୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି  । ଏଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୮୯୬୨୦ କୋଟି ଟଙ୍କା, କାର୍ଯ୍ୟକ୍ଷମ ଖର୍ଚ୍ଚ ପାଇଁ ୧ ଲକ୍ଷ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ନିମନ୍ତେ ୩୨୧୦ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ୭୧୭୦ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଛି  । ତେବେ ଅପ୍ରେଲରୁ ଜଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି  । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଖର୍ଚ୍ଚ ବାବଦକୁ ବାର୍ଷିକ ବ୍ୟୟ ଅଟକଳର ଶତ ପ୍ରତିଶତ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ବ୍ୟୟ ଅଟକଳର ୫୦% ଅନ୍ତର୍ଭୁକ୍ତ ରହିଛି  ।

Leave A Reply

Your email address will not be published.