୧୦୦ତମ ଟି-୨୦ ମ୍ୟାଚରେ ଟସ ଜିତିଲେ କାଏରନ ପୋଲାର୍ଡ: ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ

0

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭର୍ତକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ କାଏରନ ପୋଲାର୍ଡ । ଆଜିର ମ୍ୟାଚ ପୋଲର୍ଡଙ୍କ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ । ତେବେ ଏହାର ରହିଛି ଦୁଇଟି କାରଣ । ଆସନ୍ତୁ ଜାଣିବା କଣ ସେହି କାରଣ ।

 

ଏହି ମ୍ୟାଚ ସହ ପୋଲାର୍ଡ ନିଜର ୧୦୦ ତମ ଟି-୨୦ ମ୍ୟାଚ ଖେଳିବାକୁ ଯାଉଛନ୍ତି । ସେଥିପାଇଁ ଏହି ମ୍ୟାଚ ତାଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିବ । ସେହିପରି ଆଜିର ମ୍ୟାଚରେ ବିଜୟ ହାସଲ ନ କଲେ ଦଳର ସିରିଜ ଜିତିବାର ଆଶା ଭାଙ୍ଗିଯିବ । ଆଜିର ମ୍ୟାଚ ଜିତିଲେ ତୃତୀୟ ମ୍ୟାଚ ଫାଇନାଲରେ ଭାରତକୁ ଚାଲେଞ୍ଜ ଦେଇପାରିବ ପୋଲାର୍ଡ ପଲଟନ । ତେଣୁ ଆଜିର ବିଜୟ ସହ ମ୍ୟାଚକୁ ସ୍ମରଣୀୟ କରିବାକୁ ପୋଲାର୍ଡ ଚେଷ୍ଟା କରିବେ ।

 

 

ଭାରତର ଦଳ ଦ୍ୱିତୀୟ ମ୍ୟାଚରେ କୌଣସି ପରିବର୍ତ୍ତନ କରି ନାହିଁ । ପ୍ରଥମ ମ୍ୟାଚରେ ଆହତ ଦୀପକ ଚହର ସୁସ୍ଥ ହୋଇ ଦ୍ୱିତୀୟ ମ୍ୟାଚ ଖେଳିବା ପାଇଁ ଫିଟ ଅଛନ୍ତି । ତେବେ ୱେଷ୍ଟଇଣ୍ଡିଜ ଗୋଟିଏ ପରିବର୍ତ୍ତନ ସହ ମ୍ୟାଚରେ ପଦାର୍ପଣ କରିଛି । ଫାବିଏନ ଆଲେନଙ୍କ ସ୍ତାନରେ ଦଳକୁ କମବ୍ୟାକ କରିଛନ୍ତି ଅଲରଉଣ୍ଡର ଜାସନ ହୋଲ୍ଡର ।

Leave A Reply

Your email address will not be published.