ବୈପାରୀଗୁଡା IOB ରେ ଠକେଇ ଅଭିଯୋଗରେ କ୍ୟାସିଅର ଗିରଫ

0

ଜୟପୁର(୨୨।୮): କୋରାପୁଟ ବୈପାରୀଗୁଡା ସ୍ଥିତ ଆଇଓବି ଶାଖାରେ ବଡ ଧରଣର ଠକେଇ ହୋଇଥିବା ସୂଚନା । ଚଞ୍ଚକତା କରି ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ କରିନେଲେ ସେହି ବ୍ୟାଙ୍କର କ୍ୟାସିୟର । ଅଭିଯୁକ୍ତ କ୍ୟାସିୟର ସନ୍ତୋଷ କୁମାର ଦୋରା ବୈପାରୀଗୁଡା ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ପୋଲିସ ଓ ସ୍ବତନ୍ତ୍ର ଅଡିଟ୍ ଟିମ୍ ବ୍ୟାଙ୍କରେ ଅଧିକ ଛାନଭିନ କରୁଛି । ଅଭିଯୁକ୍ତଠାରୁ ଅନେକ ବ୍ୟାଙ୍କ୍‌ର ପାସବୁକ୍ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ଦେଇଛି ପୋଲିସ ।

Leave A Reply

Your email address will not be published.