ପୋଲିସ କବଜାରେ ଚନ୍ଦନ ମାଫିଆ

0

ମୋହନା : ପୋଲିସ କବଜାରେ ଚନ୍ଦନ ମାଫିଆ । ଆର ଉଦୟଗିରି ଅଂଚଳର ଛେଳିଗଡ ଏରିଆରୁ ଏକ ଯାଇଲୋ କାରରେ ଚନ୍ଦନ କାଠ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇବା ପରେ ପୋଲିସ ତତ୍ପର ହୋଇ ସଦଳ ବଳେ ରାସ୍ତା ବ୍ଲକକିଂ କରିଥିଲେ । ବ୍ଲକକିଂରେ ଫସି ଯାଇଥିଲା ଉକ୍ତ କାରଟି । କାର ଚେକ କରିବାରୁ ସମୁଦାୟ 5 ଟି ବସ୍ତାରେ ଚନ୍ଦନ କାଠ ସବୁ ମିଳିଥିଲା । କାଠ ଓଜନ କରିବା ଫଳରେ ସମୁଦାୟ ଓଜନ 79 କେଜି 270 ଗ୍ରାମ ଥିବା ଜଣା ପଡିଥିଲା । କାଠ ସମେତ ତାଙ୍କଠାରୁ 39000 ଟଙ୍କା ମଧ୍ୟ ଜବତ ହୋଇଛି । ଆସାମୀ ମାନେ ଆର ଉଦୟଗିରି ଅଂଚଳରୁ ଚୋରାରେ ଚନ୍ଦନ କାଠ କିଣି ବ୍ରହ୍ମପୁରକୁ ଚୋରା ଚାଲାଣ କରୁଥିଲେ। ଜବତ ହେଇଥିବା ଚନ୍ଦନ କାଠର ଆନୁମାନିକ ମୂଲ୍ୟ 1.2 ଲକ୍ଷ ହେବ। ପରିଶେଷରେ ଉକ୍ତ ବ୍ୟକ୍ତି, ଜବତ ହୋଇଥିବା ଚନ୍ଦନ କାଠ ଓ ଅନ୍ୟାନ୍ୟ ଜିନିଷ ସବୁ ଓ ଗାଡିକୁ ଚନ୍ଦ୍ରଗିରି ଫରେଷ୍ଟ ରେଞ୍ଜକୁ ହସ୍ତାନ୍ତର କରା ଯାଇଥିଲା।

Leave A Reply

Your email address will not be published.