ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ, ନୀତି ଆୟୋଗ ବୈଠକରେ ଦେବେ ଯୋଗ

0

ଭୁବନେଶ୍ୱର ୦୬।୦୮: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ସକାଳ ୧୦ଟା ୧୫ରେ ଦିଲ୍ଲୀ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ଆଜାଦି କି ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେବେ।

ସେହିପରି ଏହି ଗସ୍ତ ଅବସରରେ ରବିବାର ୯ ଟା ୪୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ। ରାଜ୍ୟକୁ ଫୋକସ ଷ୍ଟେଟର ମାନ୍ୟତା , କୋଇଲା ରୟାଲିଟି ବୃଦ୍ଧି, କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରୀୟ ଅଂଶ କମାଇବା ଭଳି ପ୍ରସଙ୍ଗ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସୋମବାର ଦିନ ସକାଳେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.