ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲା; ଯୁବତୀଙ୍କ ସଂପୃକ୍ତି ଥିବା ସନ୍ଦେହ

0

ପୁରୀ : ବ୍ରହ୍ମଗିରି ଚିତ୍ତ ରଞ୍ଜନ ହତ୍ୟା ଘଟଣାରେ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି । ଚିତ୍ତ ରଞ୍ଜନଙ୍କ ମୃତ ଦେହ ମିଳିଥିବା ସ୍ଥାନ ଆଜି କ୍ରାଇମବ୍ରାଞ୍ଚ ଟିମ୍ ବୁଲି ଦେଖିଥିଲେ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ତଦନ୍ତ କରୁଥିଲେ ।

 

ହେଲେ ଆଜି ଏହି ଘଟଣାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ଯୁବତୀଙ୍କ ସଂପୃକ୍ତି ରହିଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି । ଘଟଣାରେ ଚକ୍ରପଡା ଗାଁର ଜଣେ ଯୁବତୀଙ୍କର ଘଟଣା ସହ ସଂପୃକ୍ତି ରହିଛି ବୋଲି ଖବର ସାମ୍ନାକୁ ଆସିଛି । ଏପରି ଅଭିଯୋଗ ଆଣିଛନ୍ତି ଗଡମୃଗଶିରା ନୂଆଗାଁର ପ୍ରତ୍ୟକ୍ଷଦର୍ଶୀ ।

 

ସପେଟେ ଆଜି ଚିତ୍ତରଞ୍ଜନଙ୍କ ପୋଷ୍ଟ ମର୍ଟମ ଓ ଭିସୋରା ରିପୋର୍ଟ ଆସିବ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ରହ୍ମଗିରି ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇ ନିଖୋଜ ଥିବା ବେଳେ ଗତ ୧୩ ତାରିଖରେ ଗଡ ମୃଗଶିରା ବ୍ରିଜ ନିକଟ ଭାର୍ଗବୀ ନଦୀ କୂଳରୁ ତାଙ୍କ ଶବ ମିଳିଥିଲା ।

Leave A Reply

Your email address will not be published.