ଦେଶରେ ବଢୁଛି କରୋନା ମାମଲା, ଦିନକରେ ୫୬ ହଜାର ପଜିଟିଭ

0

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ବିଗତ ଦିନରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ଯାହା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇଛି।

 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬ ହଜାର ୨୧୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ହଜାର ୦୨୮ ଜଣ ସୁସ୍ଥ ହୋଇଛନ୍ତି।

 

ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫କୁ ବୃଦ୍ଧି ପାଇଛି । ସେହିଭଳି ସୁସ୍ଥତାଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୯୩ ହଜାର ୦୨୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ରେ ପହଞ୍ଚିଛି।

 

ତେବେ ଏବେ ଦେଶରେ ୫ ଲକ୍ଷ ୪୦ ହଜାର ୭୨୦ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି । ଏହାବ୍ୟତୀତ ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ ଜଣଙ୍କର ଟିକାକରଣ ହୋଇଛି।

Leave A Reply

Your email address will not be published.