କୋଭିଡ୍ ନିୟମ ନମାନି ଗଣିଲେ ଜୋରିମାନା
ଅନୁଗୋଳ : କିଶୋରନଗର ବ୍ଲକରେ କରୋନା ସଂକ୍ରମନ ବଢୁଥିବା ବେଳେ କଟକଣାକୁ କଡାକଡି କରାଯାଇଛି । ମଙ୍ଗଳବାର ବଇଣ୍ଡା ଛକ ଠାରେ ତହସିଲ ଦାର ଡ଼. ଲକ୍ଷ୍ମୀପ୍ରସାଦ ସାହୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରୁ ନଥିବା ବ୍ୟବସାୟୀ ମାନଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି। ମାସ୍କ ବ୍ୟବହାର କରୁ ନଥିବା ୯ଜଣ ବ୍ୟବସାୟୀଙ୍କ ପାଖରୁ ୮,୫୦୦ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଭିଡ଼ ହୋଇଥିବା ଏକ ଢ଼ାବାକୁ ସିଲ କରିବା ସହ ଉକ୍ତ ଢ଼ାବାରୁ ୧୦ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏଥିରେ ବାଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।