ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

0

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ ଜେନାଙ୍କ ଘରେ ଜନ୍ମ ହୋଇଛି।

ଅକ୍ଷୟ ଜେନାଙ୍କ ପତ୍ନୀ ସାବିତ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ଏଇ ଗାଈଟି ପୂର୍ବରୁ ୩ ଗୋଟି ବାଛୁରୀ ଛୁଆ ଦେଇଛି । ଏହି ବାଛୁରୀ ଛୁଆଟି ଜନ୍ମ ନହୋଇ ପାରିବାରୁ ପଶୁ ଚିକିତ୍ସକଙ୍କୁ ଡ଼କାଇ ପ୍ରସବ କରାଇଥିଲେ । ପ୍ରସବ ପରେ ବାଛୁରୀ ଛୁଆଟିର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ନଥିବା ବେଳେ ପାଟି ସାହାଯ୍ୟ ଜିଭଟିକୁ ବାହାରକୁ ବାହାର କରି ନିଶ୍ୱାସ ପ୍ରଶ୍ୱାସ ନେଉଥିବା ଦେଖିବାକୁ ପାଇଥିଲେ । ଅନ୍ୟପଟେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା କଥା ପ୍ରଘଟ ହେବାପରେ ଅକ୍ଷୟ ଜେନାଙ୍କ ଘରେ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

Leave A Reply

Your email address will not be published.