ଚନ୍ଦ୍ରଭାଗା ସମୁଦ୍ରରେ ମୃତ ଶରୀର: ମିଳିନି ମୃତକଙ୍କ ପରିଚୟ

0

କୋଣାର୍କ(୮।୮): ଚନ୍ଦ୍ରଭାଗା ସମୁଦ୍ର ଲହରୀରେ ୧ ମୃତ ଶରୀର ଭାସୁଥିବାର ଦେଖି କୋଣାର୍କ ଚନ୍ଦ୍ରଭାଗା ମେରାଇନ୍ ପୋଲିସ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି l ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି

ସୂଚନାନୁସାରେ , ସୋମବାର ପାଟ୍ରୋଲିଂ ସମୟରେ ସମୁଦ୍ର ଲହରୀରେ ଜଣେ ବ୍ୟକ୍ତି ଭାସୁଥିବାର ଜଣେ ହୋମ୍‌ଗାର୍ଡ  ସି.ଏସ୍. ରାଜଶେଖର ଦେଖିବାକୁ ପାଇଥିଲେ । ଏହାପରେ ସେ ସମୁଦ୍ର ଭିତରେ ପସି ଯୁବକଙ୍କୁ ଧରିଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ମେରାଇନ୍ ଥାନା ଅଧିକାରୀ ରବୀନ୍ଦ୍ର ନାରାୟଣ ସେଠୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ମେରାଇନ୍ ଥାନା ଅଧିକାରୀ ରବୀନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏପର୍ଯ୍ୟନ୍ତ ଯୁବକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି ପୋଲିସ l

Leave A Reply

Your email address will not be published.