କୋଲ୍ଡ ଡ୍ରିଂକ୍ସରେ ନିଶା ଦେଇ ଶୁଖୁଆ ବେପାରୀଙ୍କ ଠାରୁ ଲୁଟ

0

ଢେଙ୍କାନାଳ(୫/୮): ଲୁଟେରାମାନଙ୍କ ନୂଆ ଟେକ ନିକ l ଢେଙ୍କାନାଳରେ କୋଲ୍ଡ ଡ୍ରିଙ୍କ୍ସକୁ ହତିଆର କରିଛନ୍ତି ଲୁଟେରା। ଫଳରେ ସହରରେ ବଢିଚାଲିଛି କୋଲଡ଼ ଡ୍ରିଂକ୍ସ ନିଶା ଲୁଟ। କୋଲଡ଼ ଡ୍ରିଙ୍କ୍ସରେ ନିଶା ଦେଇ ଲୁଟେରା ମାନେ ବେପାରୀ ଓ ଦୋକାନୀ ମାନଙ୍କୁ ଟାର୍ଗେଟ କରିଛନ୍ତି । ଗତ ଦୁଇଦିନ ପୂର୍ବେ ଜଣେ ପରିବା ବ୍ୟବସାୟୀଙ୍କୁ ପ୍ରାୟ ୪୦ହଜାର ଟଙ୍କା ଲୁଟ ହୋଇଥିବା ବେଳେ ପୁଣି ଆଜି ଲୁଟ୍ କରିଛନ୍ତି,ସହରର ରଥ ଗଡ଼ା ସ୍ଥିତ ଜଣେ ଶୁଖୁଆ ବ୍ୟବସାୟୀଙ୍କୁ l ଶୁଖୁଆ ହୋଲସେଲିଂ ବେପାର ଆଳରେ ଲୁଟିଛନ୍ତି ଲୁଟେରା ।

ପ୍ରଥମେ ଲୁଟେରା ମାନେ ଲକ୍ଷ୍ମୀଧର ବେହେରା ନାମକ ଶୁଖୁଆ ବେପାରୀଙ୍କୁ କୋଲଡ଼ ଡ୍ରିଂକ୍ସରେ ନିଶା ଦେଇ ବେହୋସ କରିଦେଇଥିଲେ । ପରେ ତାଙ୍କ ଟଙ୍କା ବ୍ୟାଗକୁ ନେଇ ପଳାଇଥିବା ଜଣାପଡ଼ିଛି । ତେବେ ନିଶାର ରାସାୟନିକ ପ୍ରତିକ୍ରିୟାରେ ଏହି ଶୁଖୁୁଆ ବେପାରୀ ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ବ୍ୟାଗରେ ପ୍ରାୟ ୧୫ ହଜାର ଟଙ୍କା ଥିଲା ଓ ତାହା ନେଇ ଲୁଟେରା  ପଳାଇଥିବା ଜଣାପଡିଛି । ଖବର ପାଇ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.