ଚିଲିକା ଗସ୍ତରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି, ମା’କାଳୀଜାଇଙ୍କୁ ଦର୍ଶନ ସହ ନୌସେନାର ସମରାଭ୍ୟାସରେ ଯୋଗଦେବେ

0

ଭୁବନେଶ୍ୱର : ଚିଲିକା ଗସ୍ତରେ  ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି । ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି ସମସ୍ତେ । ମା କାଳୀଜାଇଙ୍କୁ ଦର୍ଶନ କରିବେ ମନ୍ତ୍ରୀ ଓ ବିଧାୟକମାନେ । ନାଭାଲ ବେସରୁ ସିଡିଏ ଏବଂ ଓଟିଡିସି ବୋଟ ସାହାର୍ଯ୍ୟ ରେ ମା କାଳୀ ଯାଇଙ୍କୁ ଦର୍ଶନ କରିବେ । ପରେ ଯାଇ ନୌସେନାର ସମରାଭ୍ୟାସରେ ଯୋଗଦେବେ ।

ନୌସନେ ତାଲିମ କେନ୍ଦ୍ରେର ମନ୍ତ୍ରୀ ବିଧାୟକମାନେ ପହଁଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ ସମ୍ବଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି । ନୌସେନାର ସମରାଭ୍ୟାସ ଦେଖିବା ପରେ ସନ୍ଧ୍ୟାରେ ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.