ମହଙ୍ଗା ପଡ଼ିଲା ରାଗିଂ; ବିଜେବି କଲେଜର ୪ ଛାତ୍ର ଗିରଫ, ୪ ସସ୍‌ପେଣ୍ଡ

0

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ରାଗିଂ। ଛାତ୍ରଙ୍କୁ ରାଗିଂ ଓ ମାଡ଼ ମାରିବା ଅଭିଯୋଗରେ ଆଜି କମିଶନରେଟ୍‌ ପୁଲିସ୍‌ ୪ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ବିଜେବି କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ କ୍ୟାମ୍ପସରୁ ସସ୍‌ପେଣ୍ଡ କରିଛନ୍ତି। ନିଲମ୍ୱିତ ହୋଇଥିବା ୪ ଛାତ୍ର ପରୀକ୍ଷା ଯାଏଁ କ୍ୟାମ୍ପସ ମାଟି ମାଡ଼ି ପାରିବେ ନାହିଁ।

 

ବିଜେବି କଲେଜରେ ଯୁକ୍ତ ଦୁଇ (ବିଜ୍ଞାନ) ପ୍ରଥମ ବର୍ଷର ଛାତ୍ର ନିୟମିତ ଜଣେ ଛାତ୍ରୀଙ୍କ ସହିତ କ୍ୟାମ୍ପସ୍‌କୁ ଆସୁଥିଲେ। ଯେଉଁଥିପାଇଁ ତାଙ୍କୁ ରାଗିଂ କରିଥିଲେ କେତେକ ସିନିୟର ଛାତ୍ର। ମାଡ଼ ମଧ୍ୟ ମାରିଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ଭିଡିଓକୁ ନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଆଜି ୪ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ଭିତରେ ଜଣେ ନାବାଳକ ଅଛନ୍ତି। ତାଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

 

ସେପଟେ ଭିଇରାଲ୍‌ ଭିଡିଓକୁ ନେଇ ଆଜି ବସିଥିଲା କଲେଜ ଷ୍ଟାଫ୍ କାଉନସିଲ୍ ବୈଠକ। ଏଥିରେ ଭାଇରାଲ୍‌ ଭିଡିଓ ଉପରେ ଆଲୋଚନା ହୋଇଥିଲା। ବୈଠକରେ ନିଷ୍ପତ୍ତି କ୍ରମେ ୪ ଛାତ୍ରଙ୍କୁ ନିଲମ୍ୱିତ କରାଯାଇଛି। ସେମାନେ ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ଚିନ୍ମୟ ବେହେରା ଓ ବିକାଶ କୁମାର ଦାସ। ପରୀକ୍ଷା ଯାଏଁ ଏମାନେ କଲେଜ କ୍ୟାମ୍ପସ ଆସିପାରିବେନି ବୋଲି କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.