ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ବଲାଙ୍ଗୀର: ପୁଣି ଚାଷୀ ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରଲୋକ । ଧୂବଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଭାଳୁଜୁରୀ ଗାଁ ରେ ଏପରି ଅଘଟଣ ଘଟିଛି । ଗାଁ ର ଅନିରୁଦ୍ଧ ଭୁଏଙ୍କ ପୁଅ ଯୁଧିଷ୍ଠିର ଭୁଏ ଭାଗଚାଷରେ ୫ ଏକର ଧାନ ଚାଷ ଓ ଦୁଇ ଏକରରେ କପା ଚାଷ କରିଥିଲେ । ଶନିବାର ଯୁଧିଷ୍ଠିର ଜମି ଦେଖିବା ପାଇଁ ଯାଇଥିଲେ । ଚାଷରେ କ୍ଷତି ହେବା ଯୋଗୁଁ ଯୁଧିଷ୍ଠିର ଚିନ୍ତାରେ ପଡି ବିଷପିଇ ଦେଇଥିବା ଘର ଲୋକେ କହିଛନ୍ତି ।

 

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ପରେ ଅବସ୍ଥା ବିଗିଡିବାରୁ ବଲାଙ୍ଗିରକୁ ସ୍ତାନାନ୍ତର କରାଯାଇଥିଲା । ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେବା ସମୟରେ ଗତକାଲି ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା।

 

ଖବର ପାଇ ପାଟଣାଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡା.ପୁଷ୍ପାଞ୍ଜଳୀ ପଣ୍ଡା ଓ କୃଷି ବିଭାଗର ଅଧିକାରୀ ,ପାଟଣାଗଡ଼ ପୁଲିସ ସହ ଆରଆଇ ଯାଇ ଯୁଧିଷ୍ଠିର ଭାଗ ଚାଷ କରିଥିବା ଚାଷ ଜମିକୁ ଅନୁଧ୍ୟାନ କରିଥିଲେ। ହେଲେ ଏହା ଏକ ଚାଷୀ ଆତ୍ମହତ୍ୟା ନୁହେଁ ପାରିବାରିକ କଳହ ବୋଲି ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପୋଲିସ ରିପୋର୍ଟ ଓ କୃଷି ବିଭାଗ ରିପୋର୍ଟ ଦେଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି। ମୃତ ଯୁଧିଷ୍ଠିରଙ୍କ ପତ୍ନୀଙ୍କ ସହ ୨ ବର୍ଷର ଝିଅ ଅଛନ୍ତି ।ସେମାନଙ୍କୁ ସହାୟତା ଦେବାପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.