ଅନ୍ତିମ ପ୍ରୟାସ: ୱାର ଜୋନ ଖାରକିଭ ରେଲୱେ ଷ୍ଟେସନରେ ପାଦ ରଖିବାକୁ ଜାଗା ନାହିଁ

0

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପରିଣତି କେତେ ଯେ ଭୟଙ୍କର ହୋଇଥିବ ତାହା ଆପଣମାନେ ଏହି ଫଟୋଟିରୁ ଜାଣି ପାରୁଥିବେ । ୱାର ଜୋନରେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି ଲୋକମାନେ । ୪.୪ କୋଟି ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନ ଦେଶରୁ ମାତ୍ର ୧୨ ଦିନରେ ୧୫ ଲକ୍ଷ ଲୋକ ଦେଶ ଛାଡ଼ି ଚାଲିଯାଇଥିଲେ । ଏହି ଦୃଶ୍ୟଟି ହେଉଛି ୟୁକ୍ରେନର ଖାରକିଭ ରେଲୱେ ଷ୍ଟେସନର ଫଟୋ । ଲୋକଙ୍କର ଭିଡ଼ ଏତେମାତ୍ରାରେ ବୃଦ୍ଧି ପାଇଥିଲା ଯେ, ତଳେ ସୋରିଷ ପକାଇବାକୁ ସତେ ଯେମିତି ଜାଗା ନଥିଲା । ଅନେକ ଲୋକ ମଧ୍ୟ ଏହି ଭିଡ଼ ଭିତରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବେ । ମାତ୍ର ତା’ର ହିସାବ ରଖୁଛି କିଏ?

 

କ୍ଷୁଧାରେ ଜ୍ୱଳନରେ ଶିଶୁ, ବୃଦ୍ଧ, ମହିଳା, ଯୁବକମାନେ ରୁଷ ସେନାର ମିସାଇଲ ଆକ୍ରମଣର ଶିକାର ହୋଇଥିଲେ । ନିଜକୁ ବଞ୍ଚାଇବାକୁ ଅନ୍ୟ ବାଟ କିଛି ନଥିଲା । ତେବେ ପ୍ରବଳ ଜନସମାଗକୁ ଦୃଷ୍ଟିରେ ରଖି ଅନେକ ଥର ଉକ୍ତ ଷ୍ଟେସନର ଗେଟକୁ ମଧ୍ୟ ବନ୍ଦ କରାଯାଇଥିଲା । ଥରେ ଭାବନ୍ତୁ, ଆପଣ ନିଜକୁ ବଞ୍ଚାଇବାକୁ ଦୌଡ଼ୁଥିବା ବେଳେ ହଠାତ୍ ଗେଟ ବନ୍ଦ କରିଦିଆଯିବ, ଏଭଳି ସ୍ଥିତିରେ ଆପଣଙ୍କ ସହ କ’ଣ ଘଟିବ? କିପରି ରହିବ ଆପଣଙ୍କର ମାନସିକ ସ୍ଥିତି? ତେବେ ୟୁକ୍ରେନର ଅଧିକାଂଶ ନାଗରିକ ପଡ଼ୋଶୀ ରାଷ୍ଟ୍ର ପୋଲାଣ୍ଡକୁ ଚାଲିଯାଇଥିବା ଜଣାପଡ଼ିଛି । ଏହି ଯୁଦ୍ଧ ସମୟରେ ଭାରତ ସରକାର ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରେ ଫସିଥିବା ହଜାର ହଜାର ଛାତ୍ରଙ୍କୁ ଉଦ୍ଧାର କରୁଛନ୍ତି ।

Leave A Reply

Your email address will not be published.