ରାଜ୍ୟରେ ଲକଡାଉନ୍ ଉଠିବ ନା ରହିବ, କଣ କହିଲେ ଡିଏମଇଟି ଜାଣନ୍ତୁ

0

ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲାରେ ବଢୁଛି ସଂକ୍ରମଣ । ଅନ୍ୟ କିଛି ଜିଲ୍ଲା କମୁଛି ପଜିଟିଭିଟି । ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ସବୁ ଜିଲ୍ଲା ଉପରେ ରଖାଯାଇଛି କଡ଼ା ନଜର । ମୋଟାମୋଟି ଭାବେ ରାଜ୍ୟରେ ସଂକ୍ରମଣ କରିବାରେ ଲାଗିଛିବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ମହାମାରୀ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ଭାବେ ଲାଗି ରହିଛି । ଫଳରେ ଏହି ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ବୋଲି କହିଛନ୍ତି ଡିଏମଇଟି ।

 

ତେବେ ସଂକ୍ରମଣର ସ୍ଥିତିକୁ ନଜରରେ ରଖି କେଉଁ ଜିଲ୍ଲାରେ ଲକଡାଉନ ଉଠିବ ଓ କେଉଁ ଜିଲ୍ଲାରେ ଲକଡାଉନ୍ ଜାର ରହିବ ସେନେଇ ନିଷ୍ପପତ୍ତି ନିଆଯିବ । ୫% କମ ଥିବା ଜିଲ୍ଲା ମାନଙ୍କରେ କଟକଣା କୋହଳ କରାଯାଇପାରେ । ଲୋକଙ୍କ ବ୍ୟବହାର, କେତେ ଲୋକ ସଂକ୍ରମିତ ହେଉଛନ୍ତି, ଲୋକେ କଟକଣା ମାନୁଛନ୍ତି ନା ନାହିଁ ସେ ସବୁକୁ ନଜରରେ ରଖି କଟକଣା କୋହଳ ହେବକି ନାହିଁ ନିଷ୍ପତ୍ତି ନିଆଯିବ ।

 

ସେହିପରି ଦେବଗଡ଼ ଯାଇଥିବା ଟିମ୍ ଆସିବା ପରେ ଡେଲଟା ଫ୍ଲସ ଆକ୍ରାନ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିବ । ଗତ ଏପ୍ରିଲରେ ଏହି ଡେଲଟା ପ୍ଲସ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏଥିପାଇଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦେହରେ ଡେଲଟା ପ୍ଲସ ସଂକ୍ରମଣ ଅଛି ନା ନାହିଁ ତାହାର ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

Leave A Reply

Your email address will not be published.