ରାଜ୍ୟରେ ଟିକାକରଣ ବାବଦରେ ପିଏମ୍-ସିଏମ୍ ବୈଠକରେ ନୂଆ ପ୍ରସ୍ତାବ ରଖିଲେ ନବୀନ, ଜାଣନ୍ତୁ କ’ଣ କହିଲେ

0

ଭୁବନେଶ୍ୱର: ଆଜିର ପିଏମ-ସିଏମ ବୈଠକରେ ଯୋଗଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାଜ୍ୟର ଉପକୂଳ ଅଞ୍ଚଳରେ ଏବେ ବି କରୋନା ସଂକ୍ରମଣ ବଢ଼ୁଥିବାରୁ ଟିକା କୋଟା ବୃଦ୍ଧି କରିବାକୁ ନବୀନ କହିଛନ୍ତି । ୩ୟ ଲହରରେ ପିଲାମାନେ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ୧୨ରୁ ୧୮ ବର୍ଷର ପିଲାମାନଙ୍କ ଟିକାକରଣ ବ୍ୟବସ୍ଥା କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଉଥିବା ଟିକାର ପରିମାଣ ହ୍ରାସ କରିବା ଦରକାର । ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯାଉଥିବା ସେୟାର ୨୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ଓ ସରକାରୀ ହସ୍ପିଟାଲର ସେୟାର ୭୫ ପ୍ରତିଶତରୁ ୯୫ ପ୍ରତିଶତକୁ ବୃଦ୍ଧି କରିବାକୁ ନବୀନ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଆଜିର ପିଏମ-ସିଏମ ବୈଠକରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଓଡ଼ିଶା ଓ ମହାରାଷ୍ଟ୍ର ଆଦି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.