ପୁରୀ ଓ ଜଗତସିଂହପୁରକୁ ବନ୍ୟା ବିପଦ: ସହଯୋଗ ଲୋଡିଲେ ଏସଆରସି

0

ଭୁବନେଶ୍ୱର(୧୫।୮): ରାଜ୍ୟର ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ବନ୍ୟା ସ୍ଥିତି ଉପୁଜିଛି। ଏଥିରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ବିଶେଷଭାବେ ଜଗତସିଂହପୁର ଓ ପୁରୀ ଜିଲ୍ଲା ପ୍ରଭାବିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବାକୁ ଥିବା ବେଳେ କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ ପ୍ରଭାବ ପଡ଼ିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ନୟାଗଡ଼ର କଣ୍ଟିଲୋ, ଭାପୁର ଓ ବୌଦ୍ଧର ହରଭଙ୍ଗା ଜଳମଗ୍ନ ହେବା ସହ ସୋନପୁର ଜିଲାର ବୀରମହାରାଜପୁର ଉପରେ ପ୍ରଭାବ ପଡ଼ିବ। ବନ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ଜିଲାପାଳଙ୍କ ସହ କଥା ହୋଇଛୁ। ରାତିରେ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଗାଁ ଲୋକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ଏସ୍‌ଆର୍‌ସି ମଧ୍ୟ କହିଛନ୍ତି।

Leave A Reply

Your email address will not be published.