କୁଳପତିଙ୍କ ସମେତ ୪୦ ଜଣ (କେଜିଏମ୍‌ୟୁ) ଡାକ୍ତର କରୋନା ପଜିଟିଭ

0

ଲକ୍ଷ୍ନ‌ୌ: କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ) ର କୁଳପତି ପ୍ରଫେସର (ଅବସରପ୍ରାପ୍ତ) ଭିପିନ୍ ପୁରୀଙ୍କ ସମେତ ୪୦ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

ଅଗଷ୍ଟ ୨୦୨୦ ପରଠାରୁ ଦ୍ୱିତୀୟ ଥର ପାଇଁ କୁଳପତି ଏହି ମାରାତ୍ମକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ମାର୍ଚ୍ଚ ୨୫ରେ ପୁରୀ ଦ୍ୱିତୀୟ ଡୋଜ ନେଇଥିଲେ।

 

କେଜିଏମୟୁ ର ସନ୍ଦୀପ ତେୱାରୀ କହିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ମେଡିକାଲ ଅଧୀକ୍ଷକ ହିମାଂଶୁଙ୍କ ସମେତ ପ୍ରାୟ ୪୦ ଡାକ୍ତର କୋଭିଡ୍‌ ପଜିଟିଭ୍ ହୋଇଛନ୍ତି।

 

ଅଧିକାଂଶ ଡାକ୍ତର କୋଭିଡ୍‌ ଟିକା ଗ୍ରହଣ କରିବା ସତ୍ବେ ପଜିଟିଭ୍ ଚିହ୍ନଟ ହେଉଛନ୍ତି।

 

ମଙ୍ଗଳବାର ଏଠାରେ ୧୧୮୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.