କରୋନା ପାଇଁ ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ଗଣେଶ ପୂଜା

0

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ । ସାଧାରଣତଃ ବିଭିନ୍ନ ସ୍କୁଲ, କଲେଜ, ଅଫିସ ଏପରିକି ଘରେ ଘରେ ବେଶ୍ ଆଡମ୍ବରରେ ପାଳିତ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା । କିନ୍ତୁ ଚଳିତ ଥର କରୋନା କଟକଣା ଯୋଗୁଁ ସାର୍ବଜନୀନ ପୂଜା ଉପରେ ରୋକ ଲାଗିଛି । କୌଣସି ସ୍ଥାନରେ ଯେମିତି ଲୋକଙ୍କ ଭିଡ ନ ଲାଗିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ସ୍କୁଲ କଲେଜରେ ହେଉଥିବା ପୂଜାକୁ ଛାତ୍ରଛାତ୍ରୀଙ୍କୁ ସାମିଲ ହେବେ ନାହିଁ । ସେମାନେ ଘରେ ରହି ପୂଜା କରିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ପୂଜା ମଣ୍ଡପରେ ସେତେଟା ସାଜସଜ୍ଜା ନାହିଁ । ଆଖି ଝଲସିଆ ଆଲୋକମାଳା ସହ ପ୍ରତିଦିନ ମେଲୋଡି କାର୍ଯ୍ୟକ୍ରମ ଏଥର ଦେଖିବାକୁ ମିଳିବନି ।

Leave A Reply

Your email address will not be published.