ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

0

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି ।

ଏହି ଜବତ ଖବର କାଗଜ ଓ ତଥ୍ୟକୁ ଆଧାର କରି ତଦନ୍ତ କରାଯିବ ବୋଲି ଜିଏସଟି ବିଭାଗର ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।ସୂଚନାଅନୁସାରେ ନିଆଳି , କଣ୍ଟପଡା, ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ବହୁ ସମୟ ଧରି ଜିଏସଟି ଠକେଇ ହେଉଥିବା ନେଇ ଅଭିଯୋଗ ହେଉଥିଲା । ଏନେଇ ଜିଏସଟି ବିଭାଗ ଆଜି ସୁନା ଦୋକାନରେ ଚଢାଉ କରିଛି ।

Leave A Reply

Your email address will not be published.