ଜିମ୍ ପାଇଁ ଗାଇଡଲାଇନ୍ ଜାରି, ଜାଣନ୍ତୁ ଗାଇଡଲାଇନ୍

0

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରକୋପରେ ସାରା ଦେଶରେ ତାଲା ଝୁଲୁଛି । ମାତ୍ର ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନକୁ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ସେହିପରି ଆସନ୍ତା ଅଗଷ୍ଟ ୫ ତାରିଖରେ ଖୋଲିବାକୁ ଯାଉଛି ଜିମ୍ ଓ ଯୋଗ କେନ୍ଦ୍ର । ଯାହାକୁ ନେଇ ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ଜାଣନ୍ତୁ, ଗାଇଡଲାଇନରେ କ’ଣ ସବୁ ରହିଛି…

  • କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ଯୋଗ କେନ୍ଦ୍ର ଓ ଜିମ୍ ସର୍ବସାଧାରଣ ଲାଗି ବନ୍ଦ ରହିବ ।
  • କେବଳ କଣ୍ଟେନମେଣ୍ଟ ଜୋନରେ ଥିବା ଜିମ୍ ଏବଂ ଯୋଗ ସେଣ୍ଟର ଖୋଲା ରହିବ ।
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଓ ଏସଓପି ପାଳନ କରିବାକୁ ପଡିବ ।
  • ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲା ଜିମ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି ।
  • ପରସ୍ପର ମଧ୍ୟରେ ଅତିକମରେ ୬ ଫୁଟ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି ।
  • ମୁହଁରେ ମାସ୍କ ବ୍ୟବହାର କରିବେ ।
  • ୪୦ରୁ ୬୦ ସେକେଣ୍ଡ ମଧ୍ୟରେ ହାତ ସଫା କରନ୍ତୁ ।
  • ବାହାରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି ।
  • ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ ସହ ବ୍ୟବହାର କରିବେ ।

Leave A Reply

Your email address will not be published.