ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ
ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ହେଲ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ । ସେ ବାଚନିକା ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ ମନୋଜ ଝା ପ୍ରାର୍ଥୀ ହୋଇଥିଲେ । ତାଙ୍କୁ ହରାଇ ଲଗାତର ଦ୍ୱତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ହରିବଂଶ । ଏନ୍ଡିଏ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ ହରିବଂଶ । ତେବେ ହରିବଂଶଙ୍କୁ ସମର୍ଥନ କରିଥିଲା ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।