କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

0

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ ଯାତ୍ରା କରିବାକୁ ଆଉ ନିରାପଦ ମଣୁ ନାହାନ୍ତି ।

ଶନିବାର ସନ୍ଧ୍ୟାରେ ଡୁମଡୁମାରୁ ମାଷ୍ଟରକ୍ୟାଣ୍ଟିନ (ରୁଟ୍ ନମ୍ବର-୨୫) ‘ମୋ ବସ’ଟି ଆସୁଥିବାବେଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ମଧ୍ୟରେ କିଛି ମହିଳା ଓ ପୁରୁଷଙ୍କର ମୋବାଇଲ, ପର୍ସ ଓ ଟଙ୍କା ଚୋରି ହୋଇଯାଇଥିଲା । ବସଟି ମାଷ୍ଟର କ୍ୟାଣ୍ଟିନ ଟର୍ମିନାଲାରେ ପହଞ୍ଚିବା ପରେ ସେଠାରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମ୍ପର୍କିୟମାନେ ପହଞ୍ଚିବା ବେଳେ, ବସ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଫଳରେ ବସର ଅନ୍ୟ କର୍ମଚାରୀମାନେ ଏହି କଥା ଶୁଣି ସମ୍ପୃକ୍ତ ମହିଳା ଓ ସମ୍ପର୍କିୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଖବର ପାଇ ଘଟଣାସ୍ଥଳରେ କ୍ୟାପିଟାଲ୍ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତକୁ ଆଣିଥିଲେ । ଲୁଟ୍ ଓ ଅସଦାଚରଣ ସମ୍ପର୍କରେ ଏବଂ ବସ କର୍ମଚାରୀଙ୍କ ପକ୍ଷରୁ ପୃଥକ ପୃଥକ ଦୁଇଟି ଲିଖିତ ଅଭିଯୋଗ ହୋଇଛି । ବସ ଭିତରେ ଲାଗିଥିବା ସିସିଟିଭି ଫୁଟେଜ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.