ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ

0

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ହେଲା ଶତ ପ୍ରତିଶତ ଟିକାକରଣ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ କରିଛି ବିଏମସି । ଗତକାଲି ସୁଦ୍ଧା ଭୁବନେଶ୍ବରରେ ଦିଆଯାଇଛି ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ ଟିକା । ଏହା ଭିତରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇଛନ୍ତି । ସେହିପରି ୭ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ଭୁବନେଶ୍ବରରେ ଆବଶ୍ୟକ ପରିମାଣର କୋଭାକ୍ସିନ ଟିକା ମହଜୁଦ୍ ରହିଛି । ଯେଉଁଥି ପାଇଁ ଟିକାର ଅଭାବ ନାହିଁ । ତେବେ ଭୁବନେଶ୍ବରରେ ଟିକାକରଣ ଜାରି ରହିବ । ଏହାସହ ଟିକାରୁ ଯେପରି କେହି ବଞ୍ଚୁତ ନହୁଅନ୍ତି, ତାଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

 

ଅନ୍ୟପଟେ ଭୁବନେଶ୍ବରରେ ଆଜି ଠାରୁ ବନ୍ଦ ହୋଇଛି ସମସ୍ତ ୧୦ଟି ଯାକ ଡ୍ରାଇଭ-ଇନ-ଭ୍ୟାକ୍ସିନ ସେଣ୍ଟର । ବିଭିନ୍ନ ମଲ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିଲା ଏହି କେନ୍ଦ୍ର । ଭୁବନେଶ୍ବରରେ ମୋଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଠାରୁ ୪୫ଟି କେନ୍ଦ୍ରରେ ଜାରି ରହିବ ଟିକାକରଣ । ତେବେ ହାଇସ୍କୁଲ ଖୋଲି ଯାଇଥିବାରୁ ଭୁବନେଶ୍ବରର ହାଇସ୍କୁଲ ଗୁଡିକରେ ଥିବା ଟିକା କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.